ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ବସ୍‌କୁ ଧକ୍କା ଦେଲା ଟ୍ରକ୍ ବାଇକ୍‌ ଆରୋହୀଙ୍କ ମୁର୍ତ୍ୟୁ

ବାରିପଦା: ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍। ଯାହାରିଫଳରେ ଜଣେ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଉ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜଣେ ନାବାଳକ ମଧ୍ୟ ଗୁରୁତର ଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବିକ ଦୁର୍ଘଟଣା ଘଟାଇଥିବା ଟ୍ରକଟି ପ୍ରଥମେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକଟି ଭାରସାମ୍ୟ ହରାଇ ବସ୍ ସହିତ ଧକ୍କା ହୋଇଥିଲା । ବାରିପଦାରୁ କେନ୍ଦୁଝର ଯାଉଥିବା ‘ଶିବପର୍ବତୀ’ ନାମକ ଘରୋଇ ବସ୍ କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀବାହୀ ବସ୍‌ର ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।