ବରଗଡ଼: ଶନିବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଉପକଣ୍ଠ ୫୩ ନମ୍ବର ଜାତୀୟ ରାଜପଥର ଘୁଲିପାଲି ଛକରେ ଜଣେ ଟ୍ରକ୍ ଚାଳକଙ୍କୁ ଦୁର୍ବୃତମାନେ ଛୁରାମାଡ଼ କରିଛନ୍ତି । ଆହତ ଟ୍ରକ୍ ଚାଳକ ଜଣକ କଟକ ଜିଲ୍ଲାର ଏବଂ ସେ ବରଗଡ଼ର ଏକ ଅଟୋ ମୋବାଇଲ ଶୋ’ ରୁମକୁ ଆସୁଥିବା ବେଳେ ଗୁଣ୍ଡାଙ୍କ ଶିକାର ହୋଇଥିଲେ ।
ଗୁଣ୍ଡାମାନେ ଟ୍ରକ୍ ଚାଳକଙ୍କୁ ଟଙ୍କା ଦାବି କରିଥିଲେ । ସେ ନ ଦେବାରୁ ତାଙ୍କୁ ଛୁରାମାଡ଼ କରିଥିଲେ ବୋଲି ଟ୍ରକ ଚାଳକ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକେ ଟ୍ରକ ଚାଳକଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତି କରିଛନ୍ତି । ବରଗଡ଼ ଟାଉନ ଥାନା ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । କଫ ସିରପ, ନିଶା ବଟିକା, ବ୍ରାଉନସୁଗାର ଭଳି ନିଶା କାରବାର ଯୋଗୁ ଏଭଳି ଅପରାଧ ବଢ଼ି ଚାଲିଥିବା ବରଗଡ଼ ସହରବାସୀ ଅଭିଯୋଗ କରିଛନ୍ତି ।