କେନାଲରେ ବୁଡି ୨ ନାବାଳକଙ୍କ ମୃତ୍ୟୁ

ଆନନ୍ଦପୁର,(ଏସ୍‌ ନ୍ୟୁଜ୍‌): କେନାଲରେ ଗାଧୋଇବାକୁ ଯାଇ ୨ ନାବାଳକ ବୁଡି ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଆନନ୍ଦପୁର ଉପଖଣ୍ଡ ଶାଳନିଆ ମୁଖ୍ୟ କେନାଲରେ ଘଟିଛି । ଖବର ପାଇ ହାଟଡିହି ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିଲା । ନିଖୋଜ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବାଳକ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ବବୁଲୁ ହୋଇଥିବା ଜଣାପଡିଛି । ବବୁଲୁର ସହପାଠୀ ହିମାଂସୁ ରାଉତଙ୍କର ମଧ୍ୟ ମୃତଦେହ ମିଲିଛି । ୪ଜଣ ସାଙ୍ଗ ଏକାଠି କେନାଲରେ ଗାଧୋଇବା ସମୟରେ କୌଣସି କାରଣରୁ ବବୁଲୁ ଓ ହିମାଂଶୁ କେନାଲରେ ଭାସିଯାଇଥିଲେ ।