ପାକିସ୍ତାନ ଟିମ ସହ ପୁଅ ଜନ୍ମଦିନ ପାଳିଲେ ସାନିଆ

ଦୁବାଇ : ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ପାକିସ୍ତାନ କ୍ରିକେଟ ଟିମ ସହ ନିଜ ପୁଅ ଇଜହାନ ମିର୍ଜା ମଲିକଙ୍କ ଜନ୍ମଦିନ ପାଳନ କରିଛନ୍ତି । ସ୍ୱାମୀ ସୋଏବ ମଲିକଙ୍କ ସହ ମଧ୍ୟ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ସହ ସାନିୟା ଏକ ଭାବୁକ ମେସେଜ ମଧ୍ୟ ପୋଷ୍ଟ କରିଛନ୍ତି । ଇଜହାନଙ୍କ ଜନ୍ମଦିନ ପାର୍ଟିରେ ପାକିସ୍ତାନ କ୍ରିକେଟ ଟିମ ସାମିଲ ହୋଇଥିଲେ । ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ ମଧ୍ୟ ଜନ୍ମଦିନ ପାର୍ଟିର ଫଟୋ ସେୟାର କରିଛନ୍ତି ।