ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି

ଭୁବନେଶ୍ବର: ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛି ସାରା ଆଭ୍ୟନ୍ତରୀଣ ଓଡ଼ିଶା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ଯୋଗୁଁ ଅଶ୍ବସ୍ତିକର ଅନୁଭବ ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।  ଆଜି ଝାରସୁଗୁଡାରେ ଦିନ ୨ଟା ୩୦ ସୁଦ୍ଧା ୪୧.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୨୧% ଆଦ୍ରତା ରେକର୍ଡ କରାଯାଇଛି। ଦିନ ୨.୩୦ରୁ ୫.୩୦ ମଧ୍ୟରେ ତାପମାତ୍ରା ୪୩ ରୁ ୩୯ ଡ଼ିଗ୍ରୀ ରହିବା ସମ୍ଭାବନା ରହିଛି ।