ସଡକ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଢଙ୍ଗୀ

ନୀଳଗିରି,(ଏସ୍ ନ୍ୟୁଜ): କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଢଙ୍ଗୀଙ୍କ ଗାଡ଼ି ସହ ଏକ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର, ପିଏ , ପିଏସଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାମାନ୍ୟ ଆହତ ହୋଇଛନ୍ତି। ବାଲେଶ୍ୱର ନୀଳଗିରି ପୁଡ଼ାଶୁଳ ଛକରେ ଦୁର୍ଘଟଣା ଘଟିଛି ।
ନୀଳଗିରି ମେଡିକାଲରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀଳଗିରି ବଢ଼େଇପଲା ଅଞ୍ଚଳକୁ ଜଣେ ପରିବାରକୁ ସହାୟତା ପ୍ରଦାନ ପାଇଁ ଯାଉଥିବା ବେଳେ ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କଲେ ମଧ୍ୟ ଟ୍ରାକ୍ଟର ଆସି ବାଡେଇ ଦେଇଥିଲା।ଏଥିରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଓ ବାମ ଗୋଡ଼ରେ ଆଘାତ ଲାଗିଛି । ଟ୍ରାକ୍ଟର ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ପଚରା ଉଚରା ଚଳାଇଛି ।