ମେ’୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ମନା

ଭୁବନେଶ୍ୱର,(ଏସ୍ ନ୍ୟୁଜ):କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଉପୁଜିଥିବା ସମସ୍ୟା ନେଇ ଶ୍ରୀମନ୍ଦିର ମେ’୧୫ ଯାଏ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ I ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ଭିଡ଼ିଓ କନ୍ଫରେସିଙ୍ଗରେ ବସିଥିବା ବୈଠକରେ ,ବରିଷ୍ଠ ସେବାୟତ ,ଜିଲ୍ଲାପାଳ,ଏସ୍ପି ଏବଂ ମନ୍ଦିର କାର୍ଯ୍ୟାଳୟ ଅଧିକାରୀଙ୍କ ସାମିଲରେ ନିଷ୍ପତି ନିଆଯାଇଛି I
ବୈଠକର ମୁଖ୍ୟାଂଶ :*ସଂକ୍ରମଣ ଦୁଷ୍ଟିରୁ ଭକ୍ତଙ୍କୁ ଅନୁମତି ନାହିଁ I *ଶ୍ରୀଜୀଉଙ୍କ ରୀତିନୀତିରେ ପରିବର୍ତନ ହେବନାହିଁ I *କୋଭିଡି କଟକଣା ଭିତରେ ହେବ ରଥ ନିର୍ମାଣ I *ଶ୍ରୀଜୀଉଙ୍କ ଦୈନିକ ସେବାରେ ନିୟୋଜିତ ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ I
ତେଣୁ ,ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିୟମିତ ଭାବେ ଜାରି ରହିବ I
ପରମ୍ପରା ଅନୁସାରେ ରଥ ନିର୍ମାଣ କରାଯିବ, ମାସ୍କ ,ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସଚେତନତା ସୃଷ୍ଟି କାରାଯିବା ମହାପ୍ରଭୁଙ୍କ ଦୈନିକ ସେବା-ପୂଜା କାର୍ଯ୍ୟରେ ନିଓଜିତ ସେବାୟତଙ୍କୁ ଟୀକା ଦିଆଯିବାଲାଗି ପ୍ରାଧାନ୍ୟ ଦିଆଯିବାସହ ମାସ୍କ ,ସାନିଟାଇଜର କିଣି ମହଜୁଦ ରଖିବାକୁ ନିଷ୍ପତି ହୋଇଛି I