ରାଜ୍ୟବାସୀଙ୍କୁ ମିଳିବ ମାଗଣା କରୋନା ଟିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ):ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ,ମୋ ପାଇଁ ପ୍ରତିଟି ଜୀବନ ମୂଲ୍ଯବାନ । ସାରା ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଛି। ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ଶ୍ମଶାନ ଘାଟରେ ଶବଦାହ ପାଇଁ ଜାଗା ମିଳୁନି। ଏଭଳି ସ୍ଥିତି କେବେ ବି ଆସି ନ ଥିଲା। ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ। ମୁଁ ଲକଡାଉନ୍ ସପକ୍ଷରେ ନୁହେଁ । ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ, ଝାଡଖଣ୍ଡ ଆଦି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି । ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି । ଆଗକୁ ମଧ୍ୟ ଏହା ଜାରି ରହିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ଆମେ ଏହାକୁ ପାଳନ କରିବା । କୋଭିଡ୍‌ ନିୟମ ମାନିବା ଏବଂ ନିଜକୁ କରୋନରୁ ରକ୍ଷା କରିବା ।’

ଟିକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା । ୧୮ରୁ ବର୍ଷରୁ ଉର୍ଦ୍ଧ୍ବ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ଟିକା ପାଇଁ ରାଜ୍ଯବାସୀଙ୍କୁ ଟଙ୍କାଟିଏ ବିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିପାଇଁ ରାଜ୍ଯ ସରକାର ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।
ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ନିଶ୍ଚୟେ ଖୁବ ଶୀଘ୍ର ଏହି ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କରୋନା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।