ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା

 

ମହିଳା ଉଠା ଦୋକାନୀଙ୍କୁ ଉଚ୍ଛେଦ ସମୟରେ ବିଏମ୍ ସି ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମହିଳା ଉଠା ଦୋକାନୀଙ୍କୁ ଯାଇକି ବାସନ ମାଜ ବୋଲି ବି ଏମ୍ ସି ଅଧିକାରୀ କହିଥିବା ଅଭିଯୋଗ କରିଛନ୍ତି ମହିଳା ଉଠା ଦୋକାନୀ। ଯଦି କମିଶନର କିମ୍ବା ମେୟର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ୨୪ ଘଣ୍ଟା ଭିତରେ ସେମାନଙ୍କ ବାସଭବନ ଘେରାଉ କରିବେ ବୋଲି ଉଠା ଦୋକାନୀ ଚେତାବନୀ ଦେଇଛନ୍ତି ।