ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ
ନବୀନଙ୍କ ମନ୍ତ୍ରିମଣ୍ଡଳରେ ବନ ଧରଣର ଅଦଳବଦଳ ପରେ ନୂଆ ବାସ୍ପତି ଭାବେ କିଏ ନିର୍ବାଚିତ ହେବେ….
ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ବନ ଧରଣର ଅଦଳବଦଳ ପରେ ନୂଆ ବାସ୍ପତି ଭାବେ କିଏ ନିର୍ବାଚିତ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ୨ ଦିନ ଅର୍ଥାତ୍ ଜୁନ୍ ୧୩ ତାରିଖରେ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ । ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସୂଚନା ଅନୁସାରେ, ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ । ଆସନ୍ତା ଜୁନ୍ ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀ ପାଇଁ ବିଜେଡି ଦଳରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଆଗରୁ ସୂଚନା ମିଳିଥିଲା। ଅନ୍ୟ ରାଜନୈତିକ ଦଳର ସଂଖ୍ୟା ଗରିଷ୍ଠ ବିଧାୟକ ନଥିବାରୁ ଆଉ କେହି ନାମାଙ୍କନପତ୍ର ଦାଖଲ କରିବେନି ବୋଲି ଜଣାପଡ଼ିଛି।