ଓଡ଼ିଶା ହାଇକୋର୍ଟରେ ଶପଥ ନେଇଛନ୍ତି ୨ ନବ ନିଯୁକ୍ତି ବିଚାରପତି

ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି…

କଟକ : ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ପୂର୍ବାହ୍ନରେ ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍.ମୁରଲୀଧର ଶପଥ ପାଠ କରାଇଛନ୍ତି। ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି।
ସୂଚନା ଯୋଗ୍ୟ, ଗତ ମେ ୨୮ରେ ସୁପ୍ରିମକୋର୍ଟ କଲିଜିୟମ ୬ ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପାରିସ କରିଥିଲେ। ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କୋଲକାତା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ବଦଳି ହୋଇଥିଲା।