ବଡ଼ବିଲ : ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଉଦ୍ଯାପିତ ହେଉଛି। ଏହି ଅବସରରେ “ଏକତା ପାଇଁ ଦୌଡ଼ (Run for Unity)” ଶୀର୍ଷକରେ ବଡ଼ବିଲ ପୋଲିସ ପକ୍ଷରୁ ଏକ ‘ୱାକ୍ ଏଥନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଶୁକ୍ରବାର ସକାଳ ୮ଟାରେ ବଡ଼ବିଲ କିରିବୁରୁ ଛକଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ସହର ପରିକ୍ରମା କରି ବିକାଶମହଲ ପଡ଼ିଆରେ ସମାପ୍ତ ହୋଇଥିଲା। “ଏକତା ଅମର ରହୁ, ଦେଶ ଅଗ୍ରଗାମୀ ହେଉ” ପରି ନାରା ଦେଇ ପୋଲିସ କର୍ମଚାରୀ, ବିଭିନ୍ନ ସଙ୍ଗଠନ, କଲେଜ୍ ଓ ଆଇଟିଆଇର ଛାତ୍ରଛାତ୍ରୀମାନେ ଉତ୍ସାହଭରିତ ଭାବରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଆୟୋଜିତ ବିତର୍କ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବଡ଼ବିଲ ପୋଲିସ ପକ୍ଷରୁ ଏହି ଆୟୋଜନ ମାଧ୍ୟମରେ ଏକତା, ଅଖଣ୍ଡତା ଓ ଜାତୀୟ ରାଷ୍ଟୀୟ ଏକତା ଦିବସ ସନ୍ଦେଶ ଦିଆଯାଇଥିଲା।