ଭୁବନେଶ୍ୱର(ଏସ୍ ନ୍ୟୁଜ) : ବଙ୍ଗୋପସାଗର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହବାର ସମ୍ଭାବନା ରହିଛି । ଏଥିପାଇଁ ୧୦ ଜିଲ୍ଲାକୁ ଜାରି କରିଛି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି । ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା – ଜଗତସିଂହପୁର , କଟକ ,ପୁରୀ, ଖୋର୍ଦ୍ଧା, କେନ୍ଦୁଝର ,ସୁନ୍ଦରଗଡ ,ସମ୍ବଲପୁର ,ଅନୁଗୁଳ ,ଦେବଗଡ ଓ କଳାହାଣ୍ଡି ।
ସେହିପରି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଲା – ମୟୁରଭଞ୍ଜ ବାଲେଶ୍ୱର,ଯାଜପୁର ,ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି ଓ କୋରାପୁଟ । ଏହାସହ ସମୁଦ୍ର ମଧ୍ୟକୁ ମାଛ ଧରିବାପାଇଁ ନ ଯିବାକୁ ମସ୍ୟଜୀବିମାନଙ୍କୁ ପରାମର୍ଶ ଦିଆଯାଇଛି । ଏତଦବ୍ୟତୀତ ଆକାଶ ମେଘୁଆ ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିଛି ।