ରାଜ୍ୟରେ କେବେ ଖୋଲିବ ସ୍କୁଲ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଅସହ୍ୟ ତାତି ସହ ଗୁଳୁଗୁଳି…

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସହ ଗୁଳୁଗୁଳି ବି ଅନୁଭବ ହେଉଛି । ଏହାକୁ ଦୃଷ୍ଟି ରଖି ସ୍କୁଏ, କଲେଜଗୁଡିକକୁ ବନ୍ଦ ରଖାଯାଇଛି । ଅନ୍ୟପଟେ ସ୍କୁଲ ଖୋଲିବା ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖରା ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ କହିବା ମୁତାବକ, ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିଛି । ୩୦ ତାରିଖ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ହିଟୱେଭ ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ । ଆସନ୍ତେ ୧ କିମ୍ବା ୨ ତାରିଖ ବେଳକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି ।’ ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି ଅନୁଭବ ହେବ ।