ତେଲରୁ ଭାଟ ହ୍ରାସ କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦି

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ…

ନୂଆଦିଲ୍ଲୀ: ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ସମୟରେ ପେଟ୍ରୋଲ ଓ ଡିଜେଲରୁ ଭାଟ୍‌ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାମ୍ପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢିବା ଦରକାର । କିଛି ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟମାନଙ୍କୁ ଭାଟ୍‌ ହ୍ରାସ କରିବାକୁ କହିଥିଲେ । କିଛି ରାଜ୍ୟ ହ୍ରାସ କଲେ ତ ଆଉ କିଛି କଲେ ନାହିଁ । ସେଥିପାଇଁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡିଲା । ଇତିମଧ୍ୟରେ ୬ ବିତିଥିବାରୁ ଲୋକେ ବହୁତ ହଇରାଣ ହେଲେଣି । ସେଥିପାଇଁ ଭୋଟ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ । ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଭାଟ କମାଇ ନାହାନ୍ତି ।