ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା….

ଭୁବନେଶ୍ୱର : ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ଏହା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି। ତା ସହ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ହୋଇଛି। ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲ ସବୁକୁ ତୁରନ୍ତ ଖୋଲାଯିବ। ସବୁ ଜିଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରାଜ୍ୟରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। କେହି ଜଣ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି। ତେଣୁ   ରାଜ୍ୟ ସରକାର କୋଭିଡ ଜଗିବା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ଟୀକାକରଣ ବଢ଼ାଯାଉଛି। ହେଲେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।