ଭୁବନେଶ୍ୱର,(ଏସ୍ ନ୍ୟୁଜ ବି.ଙ୍କ କାର୍ଯ୍ୟକାଳ): ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ ସରୁଛି ସେପ୍ଟେମ୍ବର ମାସରେ। କାର୍ଯ୍ୟକାଳ ବୃଦ୍ଧି ଏବଂ ପୁନର୍ବାର ଦ୍ବିତୀୟ ପାଳି ପାଇଁ ସେ ଆବେଦନ କରିଛନ୍ତି। ଅନ୍ୟଦିଗରେ ୧୧ ଜଣ ଡାକ୍ତର ପଦୋନ୍ନତିରୁ ବଞ୍ଚିତ ହେବାକୁ ନେଇ ଫେକଲ୍ଟି ଆସୋସିଏସନ ଏବଂ ନିର୍ଦେଶକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପଦୋନ୍ନତିକୁ ନେଇ ଆସୋସିଏସନ୍ ପକ୍ଷରୁ ଖୁବ ଶୀଘ୍ର ସାଧାରଣ ପରିଷଦ ବୈଠକ ହେବ। ଏହି ବୈଠକରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବାର ସମ୍ଭାବନା ମଧ୍ୟ ରହିଛି। ଏଭଳି ସ୍ଥିତିରେ ଏମ୍ସର ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ସହିତ ଏମ୍ସ ସାଧାରଣ ପରିଷଦର ସଦସ୍ୟା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଲୋଚନା କରିଥିବା ନେଇ ଟ୍ବିଟ୍ କରିଛନ୍ତି। ତେବେ ଏମ୍ସର କେଉଁ ପ୍ରସଙ୍ଗ ନେଇ ସାଂସଦ ଆଲୋଚନା କରିଛନ୍ତି, ସେ ନେଇ ସାଂସଦ କିଛି ସୂଚନା ଦେଇନାହାନ୍ତି। ଏଥିପାଇଁ ଗତ ଜୁଲାଇ ମାସରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ସୂତ୍ର ଅନୁସାରେ, ଏହିସବୁ ନିର୍ଦ୍ଦେଶକ ପଦ ପାଇଁ ମୋଟ ୧୫୦ ଜଣ ଆବେଦନ କରିଥିଲେ। ଏଥିରୁ ୪୨ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି। ତେଣୁ ଏମ୍ସ ଭୁବନେଶ୍ବରର ଆଗାମୀ ନିର୍ଦେଶକ କିଏ ହେବେ,ଜଣାପଡିନାହିଁ |