ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଶୀତ ଲହରି । ଅନେକ ସ୍ଥାନରେ ରାତି ତାପମାତ୍ରା କମିକମି ଯାଉଛି । ସାରା ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତ ୨୪ ଘଣ୍ଟା ଭିତରେ ଢେଙ୍କାନାଳ, ଫୁଲବାଣୀ, ରାଉରକେଲାରେ ଘନ କୁହୁଡ଼ି କାରଣରୁ ଜନଜୀବନ ପ୍ରଭାବିତ ହୋଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି କୁହୁଡ଼ି ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୮ ଓ ୨୯ ତାରିଖରେ ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।