ନାରୀ ସଶକ୍ତିକରଣ ପ୍ରଭାବ: ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

ଖୋର୍ଦ୍ଧା: ବୁଧବାର ଦିନ ଖୋର୍ଦ୍ଧା ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ତାଙ୍କ ଅଫିସ ଓ ବାସଭବନରେ ତଲାସି ଜାରି ରହିଛି । ଜଣେ ଠିକାଦାରଙ୍କ ବାକିଆ ପାଉଣା ପାସ୍‌ କରାଇ ଦେବା ପାଇଁ ସଂପୃକ୍ତ ମହିଳା କନିଷ୍ଠ ଯନ୍ତ୍ରୀ ୫୦ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା ।

ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଲାଂଚ ବାବଦ ୫୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆଶ୍ଚର୍ଯ୍ୟର କଥା, ୩୦ ବର୍ଷ ତଳେ ମହିଳା କର୍ମଚାରୀ ଲାଂଚ ଗ୍ରହଣ କରିବା ମାମଲା ଏକପ୍ରକାର ବିରଳ କ୍ୟାଟେଗୋରୀରେ ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ନାରୀ ସଶକ୍ତିକରଣର ପ୍ରଭାବ ଲାଂଚ କ୍ଷେତ୍ରରେ ଦେଖିବାକୁ ମିଳିଛି