ମୋଦୀଙ୍କ ଗ୍ୟାରେଂଟି: ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନମ୍ବର ହେବ

ନୂଆଦିଲ୍ଲୀ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଆଗାମୀ ଦିନରେ ଭାରତ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଭାରତ ନିକଟରେ ବହୁ ମେଧାବୀ ଯୁବକ ଯୁବତୀ ଅଛନ୍ତି ଓ ସେମାନଙ୍କ ଜରିଆରେ ଭାରତ ସାରା ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇପାରିବ ।

ଭାରତ ମଣ୍ଡପରୁ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କୁ ସମୋଧିତ କରିଥିଲେ । ବିକଶିତ ଭାରତର ସୂତ୍ରଧରମାନେ ସାରା ବିଶ୍ୱର ନେତୃତ୍ୱ ନେଇପାରିବେ ।  ଭାରତରେ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଭବିଷ୍ୟତକୁ ସୁଦୂରପ୍ରସାରୀ କହି ମୋଦୀ ଅଧିକରୁ ଅଧିକ ଯୁବ ଉଦ୍ୟୋଗୀଙ୍କୁ ଦରକାର ମୁତାବକ ସହାୟତା କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।