କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଗତକାଲି ଗିରଫ ହୋଇଥିବା ବେଳେ ଆଜି ହଠାତ ମୃତ୍ୟୁ ହେବା ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ମେଦିନପୁର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି ।

ସୂଚନା ଅନୁସାରେ, ପୂର୍ବ ମେଦିନପୁର ଏଗ୍ରା ଖାଦିକୁଲ ଗାଁର ବେଆଇନ ବାଣ କାରଖାନାରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୯ ଜଣଙଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତଦନ୍ତ କରି ବାଣ ମାଲିକ ଭାନୁ ବାଗକୁ ଗିରଫ କରିଥିଲା ପୋଲିସ । କିନ୍ତୁ ଗତକାଲି ଗିରପ ହୋଇଥିବା ଭାନୁ ଆଜି ପ୍ରାଣ ହରାଇଛି ।