ନିର୍ବାଚନ ପାଇଁ ଏବେ ସାରା ଓଡ଼ିଶାରେ କମ୍ପନ

ରାଜ୍ୟଜରେ ସରକାର ଗଢିବା ପାଇଁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ବିଜୟ ପାଇଁ କରୁଛନ୍ତି ମାରାଥନ୍ ପ୍ରଚାର । ଏହାରି ଭିତରେ ଭୁବନେଶ୍ୱରରେ ମେଗା ରୋଡ ଶୋ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ତାରିଖରେ ରାଜଧାନୀରେ ହେବ ଏହି ରୋଡ ଶୋ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଉଭୟ ଦଳ । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳର ମୁଖୀଆ ଆସି ରାଜ୍ୟର ରାଜଧାନୀରେ ପ୍ରଚାର କରୁଛନ୍ତି ।

 

୧୬ତାରିଖ ଅର୍ଥାତ ଗୁରୁବାର ଭୁବନେଶ୍ୱରରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକ ପର୍ୟ୍ୟନ୍ତ ଚାଲିବ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ । କଡ଼ା ସୁରକ୍ଷା ବଳୟ ଭିତରେ ଏହି ରୋଡ୍ ଶୋ’ କରାଯିବ ନେଇ ଡିସିପି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ନେଇ ପଦକ୍ଷେପ ନିଆଯାଉଛି । ସୁରକ୍ଷାରେ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ । ବ୍ୟାରିକେଡ ବ୍ୟବସ୍ଥା କରାଯିବ ।

 

ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ବେଶ ପ୍ରଭାବ ପକାଇବା ଭଳି ମନେ ହେଉଛି । କାହିଁକିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ରୁଟରେ ରୋଡ ଶୋ କରିଥିଲେ, ସେହି ରୁଟରେ ଜନବସତୀ କମ ଦୋକାନ ବଜାର ଅଧିକ ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରୁଟ ବାଛିଛନ୍ତି । ସେହି ଅଧିକ ଜନବସତୀ ରହିଛି । ଯାହାଦ୍ୱାରା ସେ ଲୋକଙ୍କ ପାଖରେ ପହଞ୍ଚିପାରିବେ । ପ୍ରଚାର ଫାଇଦା ମଧ୍ୟ ଉଠାଇବେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ କଡା ଟକ୍କର ହେଉଛି । ଅପରାଜିତାଙ୍କ ଅପେକ୍ଷା ମନ୍ମଥଙ୍କ ପଲ୍ଲା ଭାରି ଥିବା ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଭୁବନେଶ୍ୱର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଆସନ ଏଥର ଟଳମଳ ଅବସ୍ଥାରେ ରହିଛି । ତେବେ କାହା ପ୍ରଚାରରେ କେତେ ତାହା ସମୟ କହିବ ।