ଗୌରବ ଗୋଗୋଇଙ୍କ ଗିରଫଦାରି ନଚେତ୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଇସ୍ତଫା
ଗୌରବ ଗୋଗୋଇଙ୍କ ଗିରଫଦାରି ନଚେତ୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଇସ୍ତଫା ଦାବି ଉପରେ ଅଡ଼ି ବସିଛନ୍ତି ରେଜଲ ଦଲ ମୁଖିଆ ଅଖିଲ ଗୋଗୋଇ ।
ଗୌରବ ଗୋଗୋଇ ହେଉଛନ୍ତି ଲୋକସଭାର ବିରୋଧୀ ଉପନେତା ଓ ଆସାମ ପ୍ରଦେଶ କଂଗ୍ରେସ ସଭାପତି । ଗୌରବ ଓ ତାଙ୍କ ପତ୍ନୀ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇ ଏସ୍ ଆଇ ସହିତ ଗୁପ୍ତ ସଂପର୍କ ରଖିଥିବା ବିଷୟ ଜଣାଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ଉକ୍ତ ପ୍ରସଙ୍ଗକୁ ଜାବୁଡ଼ି ଧରିଚନ୍ତି ଅଖିଲ ଗୋଗୋଇ । ଅଖିଲ କହିଛନ୍ତି, ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହିତ ଗୌରବ ଓ ତାଙ୍କ ପତ୍ନୀ ଗୋପନ ସଂପର୍କ ରଖିଥିବାର ପ୍ରମାଣ ଦେଖାଇ ହିମନ୍ତ ବିଶ୍ୱଶର୍ମା ନିଜକୁ ଭାରତ ମାତାର ଯୋଗ୍ୟ ସନ୍ତାନ ପରିଚୟ ଦିଅନ୍ତୁ ।
ପ୍ରମାଣ ଅଭାବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହିମନ୍ତ ତାଙ୍କର ହିମତ୍ ଦେଖାନ୍ତୁ ।
ୟେ ଦୁଇଟି ଭିତରୁ କୌଣସି ଗୋଟିଏ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ, ତା’ ନହେଲେ ଆସାମର ରାଜନୈତିକ ପରିସ୍ଥିତିକୁ ଅସମ୍ଭାଳ କରି ଦିଆଯିବ । ଅଖିଲ ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖ ଟାଇମ୍ ଲାଇନ୍ ଦେଇଛନ୍ତି ।