ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସେବା ଓ ସମର୍ପଣ ଅଭିଯାନ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍)୧୪/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ମହିଳା ମୋର୍ଚ୍ଚା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଭାରତୀୟ ଜନତାପାର୍ଟି ୧୭ ସେପ୍ଟେମ୍ବର ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମ ଦିବସ ପାଳନ ସହିତ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ମୋଦିଜୀଙ୍କର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବାର ୨୦ବର୍ଷ ପୂର୍ତି ପାଇଁ ସେବା ଓ ସମର୍ପଣ ଅଭିଯାନ ଆୟୋଜନ କରିବ ।
ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟଅଧ୍ୟକ୍ଷା ଶ୍ରୀମତୀ ବନଥି ଶ୍ରୀନିବାସନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ୧୭ ସେପ୍ଟେମ୍ବର ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ସେବା ଓ ସମର୍ପଣ ଅନ୍ତର୍ଗତ ଜିଲ୍ଲା ମହିଳା ମୋର୍ଚ୍ଚା ଦ୍ୱାରା ମହିଳାଙ୍କ ପାଇଁ ସାମାନ୍ୟ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସମସ୍ତ ୩୬ ସାଂଗଠନିକ ଜିଲ୍ଲାରେ ଜିଲ୍ଲା ସଭାନେତ୍ରୀଙ୍କ ତତ୍ୱଧାନରେ ମହିଳା ମୋର୍ଚ୍ଚା ସଦସ୍ୟା, ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ସହିତ ଆଇରନ ଓ ମଲ୍ଟି ଭିଟାମିନ ଔଷଧ ବଂଟନ, କୌଶଳ ବିକାଶ କେନ୍ଦ୍ରରେ କେନ୍ଦ୍ର ସରକାରଙ୍କର ମାତୃ ବନ୍ଦନ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ବେଟି ବଚାଂଅ ବେଟି ପଢାଓ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଗୁଡିକ ବିଷୟରେ ଆଲୋଚନା ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଲାଭାର୍ଥିଙ୍କୁ ରାସନ ବିତରଣ, ଟୀକା କେନ୍ଦ୍ରରେ ଜନ ଜାଗରଣ ସେବା କାର୍ଯ୍ୟ କରାଯିବ । ଏହା ସହିତ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆୟୋଜନ କରାଯିବ ବୋଲି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହି ମହିଳା କଲ୍ୟାଣକାରୀ ଅଭିଯାନରେ ଅଧିକା ସଂଖ୍ୟାରେ ଯୋଗ ଦେଇ ସେବା ଓ ସମର୍ପଣ ଅଭିଯାନକୁ ସଫଳ କରିବାକୁ ଶ୍ରୀମତୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।