ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାରରେ ୨୮ ଜଣ ବିଧାୟକ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହମତି କ୍ରମେ ମୁଖ୍ୟମନ୍ତ୍ରୀ ଯାଦବ ମନ୍ତ୍ରୀମଣ୍ଡଳ ବିସ୍ତାରିତ କରିଛନ୍ତି ।
ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଭିତରୁ ବିଜେପି ୧୬୩ ଦଖଲ କରିଛି । କଂଗ୍ରେସ ମାତ୍ର ୬୬ଟି ଆସନ ଲାଭ କରିଛି ।
କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ କେନ୍ଦ୍ର କରି ବହୁତ କବାଟକିଳା ଆଲୋଚନା ଚାଲିଥିଲା । ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ନକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବହୁତ ପୂର୍ବରୁ ନିଷ୍ପତି ନେଇ ସାରିଥିଲେ ।
ଶିବରାଜଙ୍କ ଗୋଷ୍ଠୀ ପ୍ରଚାର କରୁଛନ୍ତି ଯେ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ରହିବେ ।
ନିର୍ବାଚନ ଫଳାଫଳ ଉପରେ ମୋହନ ଯାଦବଙ୍କ ମୁଖ୍ୟମନ୍ତ୍ରୀ ପଦ ନିର୍ଭର କରୁଛି ।