ବିଜ୍ଞାପନ ପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛି ଆପ: ସୁଖବୀର

AAP spends Rs 24 crore on advertising: Sukhbir

ଚଣ୍ଡୀଗଡ : ଶିରୋମଣି ଅକାଳୀ ଦଳ ପ୍ରମୁଖ ସୁଖବୀର ସିଂହ ବାଦଲ ପଂଜାବର ଆମ ଆଦମୀ ପାର୍ଟି ସରକାର ଉପରେ ଏକ ମାସ ମଧ୍ୟରେ ବିଜ୍ଞାପନ ଉପରେ ୨୪ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ଆଣିଛନ୍ତି ।

ସଂଗରୁର ଲୋକସଭା ଆସନରେ ଜୁନ ୨୩ରେ ହେବାକୁ ଥିବା ଉପନିର୍ବାଚାଚନ ପାଇଁ ପାର୍ଟିର ପ୍ରାର୍ଥୀ କମଲଦୀପ କୌରଙ୍କ ପ୍ରଚାର କରିବାକୁ ଆସିଥିବା ସୁଖବୀର ରାଜ୍ୟ ସରକାରଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି ।

ଶ୍ରୀ ବାଦଲ କହିଛନ୍ତି ଯେ, ଆପ ସରକାର ନିଜର ଖରାପ ପ୍ରଦର୍ଶନକୁ ଲୁଚାଇବା ପାଇଁ ପ୍ରଚାର କରି ମୁର୍ଖ କରିବାକୁ ଉଦ୍ୟମ କରୁଛି । ସେ ଅଭିଯୋଗ ଆଣିଛନ୍ତି ଯେ ବର୍ତ୍ତମାନର ସରକାର କେବଳ ବିକାଶ ଓ ନିଯୁକ୍ତି ଅବସର ସୃଷ୍ଟି କରିବାରେ ବିଫଳ ହୋଇଛି । ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି ।