ଚର୍ଚ୍ଚାରେ ସିଦ୍ଧାର୍ଥ-କିଆରାଙ୍କ ଯୋଡ଼ି

The Siddhartha-Kiara duo in the ..

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଟାଉନରେ ସବୁଠାରୁ ଅଧିକ ଚର୍ଚ୍ଚିତ କପଲ । ଦୀର୍ଘ ସମୟ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି । ଏହି ସମୟରେ ଏକ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌? ହେବାରେ ଲାଗିଛି ।

ଏହ ସମୟରେ ଷ୍ଟେଜ ଉପରେ ଅର୍ଜୁନ କପୁର ଆୱାର୍ଡ ପାଇବା ପରେ ଭାଷଣ ଦେଉଥିବାବେଳେ ସିଦ୍ଧାର୍ଥକିଆରା ଦୁହେଁ ଚେୟାରରେ ବସି ନିଜ ନିଜ କଥାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି, ‘ସିଡ ଏବଂ କିଆରା ନିଜ ଦୁନିଆରେ ବ୍ୟସ୍ତ ଅଛନ୍ତି ।

ଅନ୍ୟ ଜଣେ ଲେଖିଛନ୍ତି ଏହି ଦୁଇଜଣ ନିଜ ନିଜ ଦୁନିଆରେ ହଜିଯାଇଥିବା ବେଳେ ଅର୍ଜୁନ ତାଙ୍କର ଆୱାର୍ଡ ପାଇଁ ଭାଷଣ ଦେଉଛନ୍ତି । କହିବାକୁ ଗଲେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ସେମାନଙ୍କ ସହିତ ଏକାଠି ହେବା ଏବଂ ଡେଟିଂ କରିବାର ଖବର ବିଷୟରେ କେବେ ବି ନିଶ୍ଚିତ କରି ନାହାଁନ୍ତି ।