ଇଂଲଣ୍ଡ ଗସ୍ତରୁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ

latest sports news @cricket..

ନୂଆଦିଲ୍ଲୀ : କୋଚ ରାହୁଲ ଦ୍ରାବିଡଙ୍କ ଅଧିନରେ ଭାରତ ଏବେ ଭିନ୍ନ ଭିନ୍ନ ସିରିଜ ଖେଳୁଛି । ଏହାସହ ଦଳର ଲକ୍ଷ୍ୟ ଟି୨୦ ବିଶ୍ୱକପ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ ଓ ସେଠାରେ ହିଁ ବିଶ୍ୱକପର ପ୍ରକୃତ ମିଶନ ଆରମ୍ଭ ହୋଇଯିବ । ଏବେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଟିମ ଇଣ୍ଡିଆର ବିଶ୍ୱକପ ମିଶନ ଉପରେ ନିଜର ମତ ଦେଇଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଦ୍ରାବିଡ ଖେଳାଳିଙ୍କ ରୋଟେସନ ଉପରେ ଧ୍ୟାନ ରଖିଛନ୍ତି । ଅନେକ ଖେଳାଳିଙ୍କୁ ଗୋଟିଏ ଷ୍ଟେଜରେ ଏକାଠି ଖେଳାଯିବା ନେଇ ବିଚାର ଚାଲିଛି । ସେହିପରି ଭାରତର ନଜର ଇଂଲଣ୍ଡ ଉପରେ ରହିବ । ଏଠାରେ ଜୁଲାଇ ୧ରୁ ଟେଷ୍ଟ ମ୍ୟାଚ ଆରମ୍ଭ ହେବ ।

ଏହାପରେ ତିନିଟିକିଆ ଟି୨୦ ଓ ଦିନିକିଆ ସିରିଜ ଖେଳାଯିବ । ତେବେ ୨୦୨୧ ଟି୨୦ ବିଶ୍ୱକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏବେ ରୋହିତଙ୍କ ନେତୃତ୍ୱ ଓ ଦ୍ରାବିଡଙ୍କ କୋଚିଂରେ ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛ ।