ୟୁପିରେ କଂଗ୍ରେସକୁ ୧୧ଟି ଆସନ ଛାଡ଼ିଲେ ଅଖିଳେଶ

ଲକ୍ଷେ୍ନø: ବିହାର ଓ ପଶ୍ଚିମବଙ୍ଗ ପରେ ୟୁପିରେ ସମାଜବାଦୀ ପାର୍ଟି ନିକଟରୁ କଂଗ୍ରେସକୁ କଡ଼ା ଚେତାବନୀ ଶୁଣିବାକୁ ପଡ଼ିଛି । କଂଗ୍ରେସକୁ ଗୋଟିଏ ଆସନ ଛାଡ଼ିବା ପାଇଁ ରାଜି ନୁହନ୍ତି ଅଖିଳେଶ ଯାଦବ ।କଂଗ୍ରେସ ସହ କୌଣସି ଆଲୋଚନା ନକରି ଅଖିଳେଶ ଆପଣା ମର୍ଜି ମୁତାବକ କଂଗ୍ରେସକୁ ମାତ୍ର ୧୧ ଆସନରେ ଲଢ଼ିବାକୁ ସୁଯୋଗ ପ୍ରଦାନ କରିଛନ୍ତି ।

ଅଖିଲେଶଙ୍କ ଆସନ ବୁଝାମଣାକୁ ୟୁପି କଂଗ୍ରେସ ସହଜରେ ଗ୍ରହଣ କରିପାରୁନି । ଆପଣା ଜିଦରେ ଅଟଳ ଅଖିଳେଶ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଆମ ପ୍ରତି ଉଦାରତା ଦେଖାଇ ନଥିଲା । ସେତେବେଳେ ଆମେ କଂଗ୍ରେସର ମନମାନିକୁ ଗ୍ରହଣ କରିଥିଲୁ ।ଏବେ ୟୁପିରେ ଆମ ପଲା ଭାରି ଅଛି । ୟୁପିର ୮୦ଟି ଯାକ ଲୋକସଭା ଆସନରେ ଏକା ଲଢ଼ିବାର ତାକତ୍‌ ସମାଜବାଦୀ ପାର୍ଟି ନିକଟରେ ଅଛି । ମାତ୍ର ଇଣ୍ଡିଆ ମେଂଟ ଧର୍ମ ପାଳନ କରିବାକୁ ଯାଇ ଆମେ କଂଗ୍ରେସ ପାଇଁ ୧୧ ଆସନ ଛାଡ଼ିଦେଇଛୁ ।