ବ୍ରାଜିଲ ଗାୟିକା ୪୨ ବର୍ଷୀୟା ଦାନୀ ଲି’ଙ୍କର ଦେହାନ୍ତ

ରିଓ: ୪୨ ବର୍ଷ ବୟସରେ ଉପନୀତ ବ୍ରାଜିଲର ଲୋକପ୍ରିୟ ଗାୟିକା ଦାନି ଲୀ’ଙ୍କର ଦେହାନ୍ତ ହୋଇଯାଇଛି । ସୂଚନା ମୁତାବକ ତାଙ୍କର ଲିପୋସକ୍ସନ ସର୍ଜରୀ କରାଯାଇଥିଲା । ଅପରେସନ୍‌ ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ଆଡକୁ ଗତି କରୁଥିଲା । ପ୍ରଶଂସକମାନେ ତାଙ୍କର ମୃତ୍ୟୁକୁ ଏକ ରହସ୍ୟଜନକ କହୁଛନ୍ତି । ପୁଲିସ ଉକ୍ତ ମାମଲାର ତଦନ୍ତ କରୁଛି ।

କ୍ରୀଡା: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଓଲି ପୋପଙ୍କ ଶତକ ବଳରେ ମଜଭୂତ ସ୍ଥିତିରେ ଇଂଲଣ୍ଡହାଇଦ୍ରାବାଦ: ହାଇଦ୍ରାବାଦରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବ୍ୟାଟ୍ସମ୍ୟାନ ଓଲି ପୋପଙ୍କ ଦମଦାର ୧୫୪ ରନ୍‌ ବଳରେ ଇଂଲଣ୍ଡ ଭାରତକୁ ହରଡ଼ଘଣାରେ ପକାଇଛି । ଟେଷ୍ଟ ଦୁନିଆରେ ପୋପଙ୍କର ଏହା ପଂଚମ ଶତକ । ଇଂଲଣ୍ଡ ଦ୍ୱିତୀୟ ପାଳିରେ ଶତକ ହାସଲ କରି ପୋପ୍‌ ଭାରତ ବିପକ୍ଷରେ ଖାସ୍‌ ବ୍ୟକ୍ତିଗତ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ପାଳିରେ ୨୪୬ ରନ୍‌ କରିଥିଲା । ଭାରତ ପ୍ରଥମ ପାଳିରେ ରବିନ୍ଦ୍ର ଜାଡେଜା, କେଏଲ ରାହୁଲ ଓ ଯଶସ୍ୱୀ ଜୟସୱାଲଙ୍କ ଅର୍ଦ୍ଧଶତକ ବଳରେ ୪୩୬ ରନ୍‌ କରିଥିଲେ । ଇଂଲଣ୍ଡକୁ ୧୯୦ ରନ୍‌ ଟାର୍ଗେଟ୍‌ ଦେଇ ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ ସୁଯୋଗ ଦେଇଥିଲା । ସେହି ସୁଯୋଗ ଏବେ ଭାରତକୁ କଡ଼ା ପରିସ୍ଥିତିରେ ପକାଇଛି । ତୃତୀୟ ଦିନର ଅପରାହ୍ଣ ସାଢେ଼ ଚାରିଟା ସୁଦ୍ଧା ଇଂଲଣ୍ଡ ୬ ୱିକେଟ୍‌ ବିନିମୟରେ ୩୦୦ ରନ୍‌ କରିଥିଲା ।