ସିଙ୍ଗାପୁରରେ ଭାରତୀୟଙ୍କୁ ୧୦ ମାସ ଜେଲ

ସିଙ୍ଗାପୁର: ଜନୈକ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ସିଙ୍ଗାପୁରର ଏକ ଅଦାଲତ ଅଭିଯୁକ୍ତ ମୂଳ ଭାରତୀୟଙ୍କୁ ଦୋଷୀ ପ୍ରମାଣିତ କରି ୧୦ ମାସ ଜେଲ ଦଣ୍ଡାଦେଶ କରିଛନ୍ତି । ସୂଚନା ମୁତାବକ ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ସିଙ୍ଗାପୁରରେ ବାସ କରୁଥିବା ମୂଳ ଭାରତୀୟ ସିଙ୍ଗାରାମ ପାଲିୟାନେପନ୍‌ (୬୧) ଜଣେ ଘରୋଇ ସେବିକାଙ୍କ ପ୍ରତି ଲିଫ୍ଟ ଭିତରେ ଅସଦାଚରଣ କରିଥିଲେ । ସିସିଟିଭି ଫୁଟେଜକୁ ଯାଂଚ କରି ପୁଲିସ ଅଭିଯୁକ୍ତ ସିଙ୍ଗାରାମଙ୍କୁ ଗିରଫ କରି ତା’ ପରଦିନ ଜାମିନରେ ଛାଡ଼ି ଦେଇଥିଲେ ।

ମାତ୍ର ନିକଟରେ ଉକ୍ତ ମାମଲାର ବିଚାର କରି ମାନ୍ୟବର କୋର୍ଟ ଅଭିଯୁକ୍ତ ସିଙ୍ଗାରାମଙ୍କୁ ୧୦ ମାସ ଜେଲ ଦଣ୍ଡାଦେଶ କରିଛନ୍ତି । ଅଦାଲତ ରାୟ ପ୍ରକାଶ ପାଇବା ମାତ୍ରେ ପୁଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛନ୍ତି ।