ଜନଜାତିଙ୍କ ଜଞ୍ଜାଳ ବଖାଣୁଛି ଆଦିବାସୀ ମେଳା

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବାର୍ଷିକ ଆଦିବାସୀ ମେଳା । ସରକାରଙ୍କ ବିଭିନ୍ନ ବିଭାଗ ଆନୁକୂଲ୍ୟରେ ଉଦ୍‌ଘାଟିତ ମେଳାରେ ଆଦିବାସୀ କଳାସଂସ୍କୃତି ଓ ନାଚଗୀତ ଦେଖିବାର ସୁଯୋଗ ରହିଛି । ଆଦିବାସୀ ଲୋକଙ୍କ ହାତ ତିଆରି ସାମଗ୍ରୀ ବିକାକିଣାର ଆୟୋଜନ କରାଯାଇଛି । ଓଡ଼ିଶାର ଜନଜାତି ଜୀବନ ଜିବିକାକୁ ଅତି ନିକଟରୁ ଦେଖିବା ଭଳି ମେଳାଟି ୭ ଦିନ ପାଇଁ ଚାଲିବ । ମେଳାକୁ ଦିନ ସାଢେ଼ ଦୁଇଟାରୁ ରାତି ୯ ଟା ପର୍ଯ୍ୟନ୍ତ ଉପଭୋଗ କରିପାରିବେ । ମେଳାରେ ଶତାଧିକ ଷ୍ଟଲ ଖୋଲାଯାଇଛି ।