ଶିକ୍ଷାନୁଷ୍ଠାନ ମୁଣ୍ଡରେ ବଣଭୋଜି ଭୂତ

ଭୁବନେଶ୍ୱର: କୋରାପୁଟର ବୋରିଗୁମ୍ମା ଅଂଚଳରେ ସଂଘଟିତ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ପ୍ରକାଶ କରିଛନ୍ତି ଓ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଘୋଷଣା ମୁତାବକ ପ୍ରତି ମୃତକଙ୍କ ପରିବାର ୩ ଲକ୍ଷ ଟଙ୍କା ପାଇବେ । ଆହତ ୧୩ ଜଣଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିକିତ୍ସାଧୀନ ୧୩ ଜଣଙ୍କ ଭିତରୁ ଚାରିଜଣ ଗୁରୁତର ଅଛନ୍ତି ।

ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଇଛି । ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ପିଲା ବଣଭୋଜି ପାଇଁ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ । ମାତ୍ର ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକକୁ ବସଟି ମୁହାଁମୁହିଁ ପିଟିବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଓ ମେଡିକାଲ ଯିବା ବାଟରେ ଜଣେ ଛାତ୍ରୀ ପ୍ରାଣ ହରାଇଥିଲେ । ଆହତ ୧୧ ଜଣଙ୍କ ଭିତରୁ ଚାରିଜଣ ଦଶପଲ୍ଲା ମେଡିକାଲ ଓ ୭ ଜଣ ନୟାଗଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।