ଆଇପିଏସ୍‌ ଅରୁଣ ବୋଥ୍ରାଙ୍କୁ ମିଳିଲାନି ପୁରସ୍କାର!

ଭୁବନେଶ୍ୱର: ସେବା ସେବା ଉଲ୍ଲେଖନୀୟ ସେବା ଓଡ଼ିଶାର ୩୩ ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି ସରକାରୀ ନଥିପତ୍ରରେ ଯୋଉମାନଙ୍କ ସେବାକୁ ଉଲ୍ଲେଖନୀୟ ସେବା, ଗୁଣାତ୍ମକ ସେବା ବିଶିଷ୍ଟ ସେବା ଭାବେ ଦର୍ଶାଯାଇଛି ସେହିମାନଙ୍କୁ ମହାମହିମ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ରହସ୍ୟକୁ ଚତୁରତାର ସହିତ ଉନ୍ମୋଚନ କରି ପାରିଥିବା ଦକ୍ଷ ଆଇପିଏସ ଅରୁଣ ବୋଥ୍ରାଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଲାନି କିପରି? ସେହି ପ୍ରଶ୍ନଟା ଆଜି ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ମୁଣ୍ଡକୁ ଘାରିଛି

ନୟାଗଡ଼ର ପରୀହତ୍ୟା, ମମିତା ମେହେର ହତ୍ୟା, ନବକିଶୋର ଦାସଙ୍କ ହତ୍ୟାଗୁଡ଼ିକ ରାଜ୍ୟର କ୍ଷମତାସୀନ ଦଳ ପାଇଁ ଗୋଟିଏ ଗୋଟିଏ ମହାବିପଦ ଥିଲା ସେସବୁ ମହାବିପଦରୁ କ୍ଷମତାସୀନ ବିଜେଡିକୁ ଉଦ୍ଧାର କରିଥିବା ଆଇପିଏସ ଅଧିକାରୀଙ୍କୁ କୌଣସି ପର୍ଯ୍ୟାୟର ପୁଲିସ ପଦକ ମିଳିଲାନି ବଡ଼ ବିଚିତ୍ର ୟେ ପଦକ ମନୋନୟନ ବ୍ୟବସ୍ଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଲୋକଙ୍କ ପାଖକୁ ନଯାଇ ଉଲ୍ଲେଖନୀୟ ସେବା କରିପାରିଲେ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ଲୋକଙ୍କ ପାଖକୁ ଯାଇ ପୁଲିସ ପଦକ ପାଇଲେ

ଗୁଣାତ୍ମକ ସେବା ପାଇଁ ପୂର୍ବାଂଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଏସପି ସାରଦା ପ୍ରସନ୍ନ ପ୍ରଧାନ, ଡିଏସପି ପ୍ରଦୀପ ସାମଲ, ଡିଏସପି ପ୍ରଶାନ୍ତ ସାହୁ, ଇନସ୍ପେକ୍ଟର ରଶ୍ମିରଂଜନ ମହାପାତ୍ର, ଡେପୁଟି କମାଣ୍ଡାଂଟ ରଜତ କେରକେଟା, ଏଏସଆଇ ବିଜୟ କୁମାର ପ୍ରଧାନ, ହାବିଲଦାର ଦିଲ୍ଲୀପ କୁମାର ନାଏକ, ସିପାହୀ ବନମାଳି ରାୟ, ନାମବାହାଦୁର ଛେତ୍ର କନଷ୍ଟେବଲ ଆରତି ସାହୁ ପୁରସ୍କୃତ ହୋଇଛନ୍ତି ବିଶିଷ୍ଟ ସେବା ପଦକ ପାଇଥିବା ମହାନ ପୁଲିସ କର୍ମଚାରୀଙ୍କୁ ଆମର କୋଟିକୋଟି ପ୍ରଣାମ ଆମର ପରମ ସୌଭାଗ୍ୟ ଯେ ଏଭଳି ଦକ୍ଷ ସେବା ପ୍ରଦାନକାରୀ ଆମ ପାଖେପାଖେ ଅଛନ୍ତି