ମୋଦୀ ସରକାରକୁ ଭାଙ୍ଗିବା ପାଇଁ ପାଖରେ ଆବଶ୍ୟକ ସଂଖ୍ୟକ ସାଂସଦ ନାହାନ୍ତି; ତଥାପି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି କଂଗ୍ରେସ ଓ ତା’ର ସହଯୋଗୀ । ଲୋକସଭା ବାଚସ୍ପତି ଓମ୍ ବିର୍ଲର୍ା ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଚନ୍ତି । ମଣିପୁରକୁ ଅସ୍ତ୍ର କରି ବିରୋଧୀ ମେଂଟ ମୋଦୀ ସରକାରଙ୍କୁ ହଟାଇବାକୁ ବିଫଳ ପ୍ରୟାସ କରିଛି । ପ୍ରାୟ ୫୦ ଜଣ ସାଂସଦଙ୍କ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ବହୁ ବାକବିତଣ୍ଡା ପରେ କେନ୍ଦ୍ର ସରକାର ମଣିପୁର ହିଂସାକାଣ୍ଡ ଆଲୋଚନା ପାଇଁ ରାଜି ହୋଇଥିଲେ । କିନ୍ତୁ ବିରୋଧୀ ମେଂଟ ସଂସଦରେ ନରେନ୍ଦ୍ର ମୋଦୀଙ୍କ ମୁହଁରୁ ବିବରଣୀ ଶୁଣିବାକୁ ଚାହୁଁଥିଲେ ।
ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀ ପାଖରେ ସଂଖ୍ୟାଧିକ ସାଂସଦ ନାହାନ୍ତି । ଏକା ବିଜେପିର ୩୦୧ ସାଂସଦ ମୋଦୀଙ୍କ ସରକାରକୁ ବଂଚାଇ ଦେଇପାରିବେ । ମୋଦୀଙ୍କ ସରକାରକୁ ଭାଙ୍ଗିବା ପାଇଁ ବିରୋଧୀଙ୍କୁ ଦରକାର ୨୭୨ ସାଂସଦ । କଂଗ୍ରେସ ଓ ତା’ର ସହଯୋଗୀଙ୍କ ସଂଖ୍ୟା ୧୪୧ ।
ନିରପେକ୍ଷ ଦଳ କେସିଆରଙ୍କ ବିଆରଏସ, ୱାଇଏସ ଜଗନଙ୍କର ୱାଇଏସଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡିର ସାଂସଦଙ୍କ ସଂଖ୍ୟା ୪୧ । ଏମାନଙ୍କ ଭିତରୁ କେହି ମୋଦୀଙ୍କ ବିରୋଧରେ ଭୋଟ ଦେବେନି । ତଥାପି କଂଗ୍ରେସ ମେଂଟ ଅନାସ୍ଥା ପ୍ରସ୍ତାବରେ ଜିତିବାର ଆଶା ରଖିଛି । ୟା’କୁ ଲୋକହସାର ବେଳ କୁହାଯିବନି ତ ଆଉ କ’ଣ କୁହା ଯାଇପାରିବ ।