ଯୋଉଠି ମଦନମୋହନ ସେଇଠି ମହାପ୍ରଭୁ ଜଗନ୍ନାଥ । ଏକଥା ରାଜ୍ୟବାସୀଙ୍କୁ ଜଣାଇବା ଏବେ ଜରୁରୀ । ବିଜେଡିର ଛୋଟବଡ଼ କର୍ମୀମାନେ ନବୀନଙ୍କର ଗୋଟିଏ ଗୋଟିଏ କୁକୁର । କୁକୁର ବେକରେ ପଟି ପକାଯାଏ; ଦଳୀୟ କୁକୁରଙ୍କ ବେକରେ ଶଙ୍ଖପଟି ପଡ଼ିବା ଜରୁରୀ । କୁକୁର ମାଲିକ କେବେ କୋଉଠି ବେକରେ ପଟି ପକାଇବାର ଦେଖିଛନ୍ତି?

ସଭାମଂଚରେ ନବୀନ ପଟ୍ଟନାୟକଙ୍କ ବେକରେ ଶଙ୍ଖ ପଟି ବାନ୍ଧିବା ଗୁରୁତର ଅପରାଧ ବୋଲି ଦଳୀୟ କର୍ମୀ ଜାଣିବା ଉଚିତ । କିଛି ନଜାଣି ନବୀନଙ୍କୁ ଘେରିଯିବା ମାନେ କ’ଣ? ଅବଶ୍ୟ ସଭାମଂଚରେ ନବୀନ ପଟ୍ଟନାୟକ ତାଙ୍କରି ହାତରେ ଶଙ୍ଖପଟିକୁ ଓଟାରି ବାହାର କରିଦେଇ ସାଢେ଼ ଚାରିକୋଟି ଜନତାଙ୍କୁ ଜଣାଇ ଦେଲେ ଯେ କୁକୁରମାନଙ୍କ ପାଇଁ ଶଙ୍ଖପଟି ତିଆରି କରାଯାଇଛି । ବିଜେଡିର ଏବେ ୬୦ ଲକ୍ଷ କୁକୁର । ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କେତେ ଶିଳ୍ପପତିଙ୍କ ପକେଟରୁ ଚାନ୍ଦା ଖସାଇବାକୁ ପଡ଼ିବ । ରାଜକୋଷରୁ ଟଙ୍କା ଖସାଇବା ପାଇଁ କୋଉ ଠିକାଦାରକୁ କେତେକୋଟି ଟଙ୍କାର କାମ ଦେଲେ ଆୟକର ବିଭାଗ ତା’ର ଟେର ପାଇବନି ।
ଏଭଳି କାମକୁ ନେଇଆଣି ଥୋଇବା ପାଇଁ ଜଣେ ସ୍ଥାୟୀ ଗୁମାସ୍ତା ଦରକାର । ଭିକେ ପାଣ୍ଡିୟାନ ଜଣେ ଆଇଏଏସ୍ ଅଧିକାରୀ ହୋଇଥିବାରୁ କେନ୍ଦ୍ର ସରକାର କେତେବେଳେ ଡେପୁଟେସନ୍ ଅସ୍ତ୍ର ପ୍ରୟୋଗ କରି ତାଙ୍କୁ ନେଇ ଯାଇପାରନ୍ତି ।
ପାଣ୍ଡିୟାନଙ୍କ ଭଳି ଜଣେ ବିଶ୍ୱାସୀ ଗୁମାସ୍ତାଙ୍କୁ କୌଣସି ପରିସ୍ଥିତିରେ ହରାଇବାକୁ ଚାହୁଁ ନଥିଲେ ବିଜେଡି ମୁଖିଆ । ବହୁତ ବୁଝାଇ ସୁଝାଇ ପାଣ୍ଡିୟାନଙ୍କ ସ୍ୱେଚ୍ଛାକୃତ ଅବସର କରାଇ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ କରିବା ଛଡ଼ା ନବୀନଙ୍କ ପକ୍ଷେ ବିକଳ୍ପ କିଛି ନଥିଲା ।
ନବୀନ ଭଲଭାବରେ ଜାଣିଛନ୍ତି । ବିଜେଡିର ୬୦ ଲକ୍ଷ କୁକୁରଙ୍କ ଭିତରୁ ପ୍ରତାପ ଦେବ, ଅରୁଣ ସାହୁ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ଦିବ୍ୟଶଙ୍କର ମିଶ୍ର, ପିନାକୀ ମିଶ୍ରଙ୍କ ଭଳି ଆଗଧାଡ଼ିର ଡାହାଳ କୁକୁରଙ୍କ ଭିତରୁ କେହି ଜଣେ ଆପଣା ଦମରେ ନିର୍ବାଚନ ଜିତି ପାରିବେନି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ମୁଖ୍ୟମନ୍ତ୍ରୀ ଚଉକିକୁ ସଶକ୍ତ କରିବା ପାଇଁ ୧୪୭ଟି ଆସନ ଦଖଲକୁ ଆସିବା ଜରୁରୀ ।
୬୦ ଲକ୍ଷ ଓଡ଼ିଆ କୁକୁରଙ୍କ ଭିତରୁ ସେପରି ଟାଣୁଆ ଦକ୍ଷ କୁକୁରଟିଏ ନମିଳିବାରୁ ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିୟାନଙ୍କ ଭଳି ଅଣଓଡ଼ିଆ କୁକୁରଟିକୁ ବାଛିଲେ । ବୟସ ଦୃଷ୍ଟିରୁ ନବୀନ ଆଉ ଚଲାବୁଲା କରି ପାରୁନାହାନ୍ତି ।