ମଣିପୁର ହିଂସା ପଛରେ ଆରଏସଏସ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ମଣିପୁର ହିଂସାକାଣ୍ଡ, ଦିଲ୍ଲୀ ଦଙ୍ଗା, କୃଷକ ଆନ୍ଦୋଳନ ଗୋଟିଏ ଗୋଟିଏ କଳଙ୍କିତ ଅଧ୍ୟାୟ । ସବୁ କଳଙ୍କକୁ ଟପିଗଲା ମଣିପୁର ଯୋଉଠି ଡବଲ ଇଞ୍ଜିନ ସରକାର ରହିଛି । ସବୁଠାରୁ ବଡ଼ ଦୁଃଖର ବିଷୟ, ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ବୁଲୁଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଣିପୁର ଯାଇ ପୀଡ଼ିତ ପରିବାରକୁ ସାନ୍ତ୍ୱନା ଦେଲେ ଠିକ୍‌ ଦୁଷ୍କର୍ମ ଅଭିଯୁକ୍ତ ପୁଅର ବାପା ଭଳି ।

ମଣିପୁର ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯିବା କଥା ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂ ସ୍ୱୀକାର କରିଛନ୍ତି । ଏବେ ଓଡ଼ିଶାର ସାଢେ଼ ଚାରିକୋଟି ଲୋକ ବିଚାର କରନ୍ତୁ । ମଣିପୁରରେ ଡବଲ ଇଞ୍ଜିନ ସରକାର ଚାଲିପାରୁନି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କେମିତି ଚାଲିବ? ମଣିପୁର ହିଂସାକାଣ୍ଡ ମାମଲାର ବାସ୍ତବ ରିପୋର୍ଟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଦର୍ଯ୍ୟ ଚେହେରାକୁ ପଦାରେ ପକାଇଛି ।

ମନ୍ଦିର, ବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନେ ହାତ ହତିଆର ବନ୍ଧୁକ ଚାଳନା ତାଲିମ ପାଉଥିଲେ । ମଣିପୁର ହିଂସାକାଣ୍ଡ ସ୍ଥାନରେ ଯୋଉ ପୁଲିସ କର୍ମଚାରୀମାନେ ବୁଲୁଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ପୁଲିସ କର୍ମଚାରୀଙ୍କ ଛାତିରେ ନାଁ ନଥିଲା କି କାନ୍ଧରେ ଷ୍ଟାର ନଥିଲା ।

ସାଧାରଣ ଲୋକମାନେ ସେହି ପ୍ରଶ୍ନ ପଚାରି ପୁଲିସ ପୋଷାକ ପିନ୍ଧା ଲୋକଙ୍କଠାରୁ ନିର୍ଘାତ୍‌ ମାଡ଼ ଖାଉଥିଲେ ମାତ୍ର ଜବାବ ପାଉ ନଥିଲେ ।

ପ୍ରଶ୍ନ ଉଠୁଛି, ପୁଲିସ ପୋଷାକ ପିନ୍ଧା ଲୋକମାନେ ପ୍ରକୃତ ପୁଲିସ ନା ସଂଘ ପରିବାର ଲୋକ । ୟା’ର ନିରପେକ୍ଷ ତଦନ୍ତ କରାଯିବା ଦରକାର । ମାତ୍ର ତାହା ସମ୍ଭବ ନୁହେଁ ।

ସିବିଆଇ ଓ ଇଡି ଭଳି ସଂସ୍ଥା ଆଜି ପ୍ରଧାନମନ୍ତ୍ରୀଙ୍କ ଗୋଲାମ ଭଳି କାମ କରୁଛି । ତେଣୁ ମଣିପୁର ଦଙ୍ଗା ମାମଲାର ସିବିଆଇ ତଦନ୍ତ କେବେ ନିରପେକ୍ଷ ହୋଇ ପାରିବନି ।