ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟରେ ବଢ଼ୁଥିବା ଅପାରାଧିକ କାର୍ଯ୍ୟକଳାପ, ଚଳିତ ପୌର ନିର୍ବାଚନରେ ଶାସକ ଦଳ ସମର୍ଥନ ଗୁଣ୍ଡାମାନଙ୍କ ଗୁଣ୍ଡାରାଜ ଓ ବି.ଜେ.ଡ଼ି.ର ଭୁବନେଶ୍ୱର ମେୟର ପ୍ରାର୍ôଥନୀଙ୍କ ଚିଟଫଣ୍ଡ ଲିଙ୍କ୍ ପ୍ରସଂଙ୍ଗକୁ ନେଇ ବିଜୁ ଜନତା ଦଳକୁ କଡ଼ା ଟାର୍ଗେଟ୍ କରିଛି କଂଗ୍ରେସ ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର କହିଲେ ଯେ, ଭୁବନେଶ୍ୱର ସହର ଏବେ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସ୍ପଷ୍ଟ ଦିବାଲୋକରେ ଲୁଟ ହେଉଛି, ହତ୍ୟା ହେଉଛି, ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍ ହେଉଛି । କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଅପରାଧ ପ୍ରବଣତା ବଢ଼ି·ଲୁଛି ।
ବଲାଙ୍ଗୀରରେ ଶାସକଦଳର ନେତାମାନେ ଏନ୍.ଏସ୍.ଏ. ରେ ଗିରଫ ଅପରାଧି ବ୍ୟକ୍ତି ବିଶେଷଙ୍କୁ ଧରି ନିର୍ବାଚନ ପ୍ର·ର କରୁଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ପୂର୍ବତନ ମନ୍ତ୍ରୀଙ୍କ ଇଙ୍ଗିତରେ ଗୁଣ୍ଡାଗର୍ଦ୍ଦି ·ଲିଛି । ପିପିଲିରେ କଂଗ୍ରେସ ଦଳର ନର୍ବାଚନ କାର୍ଯ୍ୟାଳୟକୁ ଯୋଡ଼ି ଦିଆଯାଇଛି । ଅପରାଧିମାନେ ଭାବୁଛନ୍ତି ତାଙ୍କୁ ସରକାର, ପ୍ରଶାସନ ଓ ପୋଲିସ୍ର ସହଯୋଗ ମିଳୁଛି ।
ପେନ୍ଡ୍ରାଇଭ୍ ପାଇଁ ମମିତାର ହତ୍ୟା ହୋଇଥିଲା, ଏବେ ସେହିଭଳି ଆପତ୍ତି ଜନକ ଚିପ୍ସ, ପେନ୍ଡ୍ରାଇଭ୍ ପାଇଁ କ୍ୟାମେରାନ୍ ମାସନ ସ୍ୱାଇଁଙ୍କ ହତ୍ୟା ହୋଇଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମହିଳାଙ୍କୁ ପୋଲିସ୍ ପଚରା ଉଚରା କରି ଛାଡ଼ି ଦେଇଛି । ସେହି ମହିଳାଙ୍କ ଶାସକ ଦଳ ନେତା ଓ ମନ୍ତ୍ରୀଙ୍କ ଲିଙ୍କ୍ ଯୋଗୁଁ ତାଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ ମନୋଜ ମହାପାତ୍ର ।
ପୁନଶ୍ଚ ବି.ଜେ.ଡ଼ି.ର ଭୂବନେଶ୍ୱର ମେୟର ପ୍ରାର୍ôଥନୀ ସୁଲୋଚନା ଦାସ ସମ୍ପର୍କରେ ଶ୍ରୀ ମହାପାତ୍ର କହିଲେ ଯେ, ବି.ଜେ.ଡ଼ି. ମେୟର ପ୍ରାର୍ଥିନୀ ଏକ ଚିଟ୍ଫଣ୍ଡ କମ୍ପାନୀ ଦ୍ୱାରା ପରିଚାଳିତ ଏକ ଗଣମାଧ୍ୟମ ସଂସ୍ଥାରୁ କେତେ ଟଙ୍କା ନେଇଛନ୍ତି, ସଂପୃକ୍ତ ସଂସ୍ଥା ସହ ତାଙ୍କର ଆଉ କ’ଣ ଲିଙ୍କ ଥିଲା ପ୍ରକାଶ କରିବେ କି? ଅତୀତରେ ଜଣେ ଲେଖକ ଏକ ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା ପରି·ଳିତ ସାହିତ୍ୟ ସଂସଦରୁ ନେଇଥିବା ଟଙ୍କା ନୈତିକତା ଦୃଷ୍ଟି ରୁ ଫେରାଇ ଦେଇଥିଲେ ସେହିଭଳି ଏହି ବି.ଜେ.ଡ଼ି. ନେତ୍ରୀ ନୈତିକତା ଦୃଷ୍ଟି କୋଣରୁ ନିଜେ ନେଇଥିବା ଚିଟଫଣ୍ଡ କମ୍ପାନୀର ଅର୍ଥ ଫେରସ୍ତ କରିବେ କି? ଚିଟଫଣ୍ଡ ରେ କ୍ଷତିଗ୍ରସ୍ତ ଭୁବନେଶ୍ୱରର ବସ୍ତି ବାସିନ୍ଦା । ଚିଟଫଣ୍ଡ ଲିଙ୍କରେ ସଂପୃକ୍ତ ଥିବା ଏହି ନେତ୍ରୀ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ କ’ଣ ନ୍ୟାୟ ଦେବେ ବୋଲି ବିଜୁ ଜନତା ଦଳ ସ୍ପଷ୍ଟି କରଣ ଦେବା ଉଚିତ୍ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର ଉପସ୍ଥିତ ଥିଲେ ।