ମା’ ହେବେ ଅଭିନେତ୍ରୀ ସୋନମ

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଏନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୋନମ । ଯେଉଁଥିରେ ସେ ଗର୍ଭବତୀ ଥିବା ଜଣାପଡିଛନ୍ତି । ଏହି ଫଟୋ ପୋଷ୍ଟ କରି ସୋନମ ଲେଖିଛନତି ଯେ, ଚାରି ହାତ, ଯିଏ ତୁମର ଯଥା ସମ୍ଭବ ଯତ୍ନ ନେବ । ଏକ ପରିବାର ଯିଏ ତୁମଙ୍କୁ ପ୍ରେମ ଏବଂ ସମର୍ଥନ ଦେବ । ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ । ସୋନମଙ୍କ ଏହି ଚିତ୍ରଗୁଡ଼ିକ ଉପରେ ବଲିଉଡ ତାରକାଙ୍କ ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି । ସେହିପରି ଏହି ଫଟୋରେ ବେବି ବମ୍ପ ସହିତ ସୋନମ ସେୟାର କରିଥିବା ଫଟୋରେ ସେ ସ୍ୱାମୀ ଆନନ୍ଦଙ୍କ କୋଳରେ ଶୋଇଛନ୍ତି ।