ବିଜେପି ପ୍ରଚାରରେ ଅଭିନେତା-ଅଭିନେତ୍ରୀ

କଟକ : ବିଜେପିର ପ୍ରଚାରରେ ସାମିଲ ହୋଇଛନ୍ତି ଅଭିନେତା-ଅଭିନେତ୍ରୀ । ସିଏମସି ନିର୍ବାଚନରେ ମେୟର ପ୍ରାର୍ଥୀ ଶ୍ରୀତମ ଦାସ ବିଭିନ୍ନ ୱାର୍ଡରେ ପ୍ରଚାର କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏବଂ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର । ବିଜେପି ତରଫରୁ ଶୋଭାଯାତ୍ରା ଏବଂ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସିଏମସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଜୋରଦାର ପ୍ରଚାର କରିବା ସହ ସମସ୍ତ ୱାର୍ଡ ପରିକ୍ରମା କରିଥିଲେ ।