କର୍କଟ ପୀଡିତ ଶିଶୁ ପୁତ୍ର ଲାଗି ଅର୍ଥ ବାଧକ

କଟକ : ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ କର୍କଟ ପୀଡିତ ଶିଶୁ ପୁତ୍ର ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଯାହା ପାଖରେ ଟଙ୍କା ଥିଲା ତାହା ଶେଷ ହୋଇଯିବାରୁ ଶିଶୁର ଚିକିତ୍ସା ଲାଗି ପରିବାର ଲୋକ ସହାୟତା ଲୋଡିଛନ୍ତି । କୁନି ପିଲାଟିର ଚିକିତ୍ସା ନିମନ୍ତେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଆର୍ଥୀକ ସହାୟତା ପ୍ରଦାନ କରନ୍ତି ତେବେ ଶିଶୁଟିର ଜୀବନ ବଞ୍ôଚପାରିବ ବୋଲି ତାଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ ଶାସନ ଥାନା ପରମାଣପୁର ଅନ୍ତର୍ଗତ ବର୍ଷାପାଲି ଗ୍ରାମର କୃଷ୍ଣଚନ୍ଦ୍ର ଜେଠୀଙ୍କ ପୁଅ ଅଢେଇ ବର୍ଷ ହୋଇଥିବା ବେଳେ ତାର ବାମ ଆଖି ଧିରେ ଧିରେ ବଡ ହେବାର ଲାଗିଲା । ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବଗିଡିବାରେ ଲାଗିଥିଲା । ଯାହା ପରିବାର ଉପରେ ଦୁଃଖର ପହାଡ ପଡିଗଲା । ହଠାତ ଲିପୁନ ଅସୁସ୍ଥ ହୋଇପଡିବାରୁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ପରିବାର ନେଇଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଆଖିରେ ରାଉଣ୍ଡ କେଲପ ଟ୍ୟୁମର ହୋଇଛି । ଆଖିରେ ଏହି ଟ୍ୟୁମରି ଟି ଧିରେ ଧିରେ ବଢିବାକୁ ଲାଗିଥିଲା । ଡାକ୍ତର ଏହା ଦେଖି ଉତ୍ତମ ଚିକିତ୍ସା ଲାଗି କଟକ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । ଏଠାରେ ଡାକ୍ତର ଦେଖିବା ପରେ ପରୀକ୍ଷା କରିଥିଲେ । ପରୀକ୍ଷା ରିପୋର୍ଟ ଦେଖିବା ଡାକ୍ତର କହିଥିଲେ କେମୋ ଦିଆଗଲେ ପୁଅ ଭଲ ହୋଇଯିବ । ଏହା ମଧ୍ୟରେ ପୁଅର ଚିକିତ୍ସା ଯାତାୟତ ଓ ଅନ୍ୟାନ୍ୟ ଖର୍ଚ୍ଚରେ ସମସ୍ତ ଅର୍ଥ ଶେଷ ହୋଇଗଲାଣି । ସେହିପରି କୃଷ୍ଣ ଚନ୍ଦ୍ର ଦିନ ମଜୁରିଆ ହୋଇଥିବାରୁ ଯାହା ଥିଲା ତାହା ଶେଷ ହୋଇଯିବାରୁ ତାଙ୍କ ନିକଟରେ ଆଉ ସମ୍ବଳ ନାହିଁ । ଅନ୍ୟାନ୍ୟ ଔଷଧ ଓ ପଥି ଲାଗି ତାଙ୍କ ନିକଟରେ ଥିବା ଅର୍ଥ ନଥିବାରୁ ବାଧ୍ୟ ହୋଇ ଅନ୍ୟର ସହାୟତା ଲୋଡିଛନ୍ତ । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରନ୍ତି ତେବେ କୃଷ୍ଣଚନ୍ଦ୍ରଙ୍କ ମୋବାଇଲ ନମ୍ବର ୯୧୭୮୭୭୪୩୬୫ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।