ଚୀନ ବିମାନ କ୍ରାସ

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବୋଇଂ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ଏହି ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ । ଏହି ବିମାନରେ ଥିବା ୧୩୩ ଜଣ ଯାତ୍ରୀଙ୍କର କାହାର ମୃତାହତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ, ବୋଇଂ ୭୩୭ ବିମାନ ପାହାଡରେ ପିଟି ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା । ସୂଚନାଯୋଗ୍ୟ ଯେ, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି ।