୧୦୦ କୋଟିରେ ‘ଦି କାଶ୍ମୀର ଫାଇଲ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଚଳଚ୍ଚିତ୍ର୍ରରେ କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଛି । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଏପର୍ଯ୍ୟନ୍ତ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ୩.୫୫ କୋଟି ଟଙ୍କା ସଂଗ୍ରହ କରିଥିବା ଏହି ଫିଲ୍ମରେ ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୮.୫୦ କୋଟି ଟଙ୍କା ଆୟ ହୋଇଛି ।

ଅନ୍ୟପକ୍ଷରେ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରୁନ୍ତି । ଏପରିକି ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା ଭଳି ରାଜ୍ୟ ଏହି ଫିଲ୍ମଟିକୁ ଟିକସ ଛାଡ କରିଛନ୍ତି । ଏହି ଫିଲ୍ମଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ‘ଦି କାଶ୍ମୀର ଫାଇଲ’ ଫିଲ୍ମରେ ଅନୁପମ ଖେର, ପଲ୍ଲବି ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।