ଭୁବନେଶ୍ୱର: ନବୀନ ପଟ୍ଟନାୟକର ଖାସ୍ ଲୋକ ଉପରକୁ ଟମାଟୋ ପକାଇ କୋଉ ଲୋକ ହାଣ ମୁହଁକୁ ଯିବାକୁ ଚାହିଁବ? ୟେ ସବୁ ପାଣ୍ଡିୟାନର କରାମତି । ନିଜେ ଲୋକ ଯୋଗାଡ଼ କରି ନିଜ ଉପରକୁ ଟମାଟୋ, ପଚା ଅଣ୍ଡା ଫୋପାଡୁଛି । ମିଛରେ ବିରୋଧୀ ଦଳ ମୁଣ୍ଡରେ ଅଠା ବୋଳୁଛି ।
ଆଜି (ଗୁରୁବାର) ପାଣ୍ଡିୟାନ ଗଂଜାମ ଜିଲ୍ଲାର ବେଲଗୁଣ୍ଠାରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା ସମାବେଶକୁ ଯାଉଥିଲା ବେଳେ ଜଣେ ଯୁବକ ତାଙ୍କ ଉପରକୁ ଟମାଟୋ ମାଡ଼ କରିଥିଲା । ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ସମାବେଶରେ ଅଭିଭାଷଣ ଦେବା ସମୟରେ ପାଣ୍ଡିୟାନ କହିଛନ୍ତି, ମୁଁ ଓଡ଼ିଶାବାସୀଙ୍କ ସେବା କରିବାକୁ ଆସିଛି । ମୋର ସେବା ଅଭିଯାନକୁ କୌଣସି ଅଣ୍ଡା, ଟମାଟୋ କି ବୁଲେଟ୍ ଅଟକାଇ ପାରିବନି ।
ମୋର ଜଣେ ବନ୍ଧୁ ମୋ ଉପରକୁ ଟମାଟୋ ଫିଙ୍ଗିଲେ; ସେହି ବନ୍ଧୁଜଣକ ଜାଣି ରଖନ୍ତୁ ଯେ ତାଙ୍କ ଭଳି ଦୁର୍ବଳ ମାନସିକତା ରଖିଥିବା ଯୁବକମାନେ ମୋ ବାଟରେ କଂଟା ହୋଇପାରିବେନି ।
ସୂଚନା ମୁତାବକ, ଦଳୀୟ ସମାବେଶରେ ଯୋଗ ଦେବାକୁ ଯାଉଥିବା ବାଟରେ ଫାଇଭ୍-ଟି ମୁଖିଆ ଭିକେ ପାଣ୍ଡିୟାନଙ୍କ ଉପରକୁ ବିରୋଧୀ ଦଳ ସଢ଼ା ବିଲାତି ଓ ପଚା ଅଣ୍ଡା ମାଡ଼ କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ ପାଉଛି ।
ଏଭଳି ଖବରକୁ ପଢ଼ିବା ପରେ ରାଜ୍ୟର ବୁଦ୍ଧିଜୀବୀ ମହଲ ପାଣ୍ଡିୟାନଙ୍କ ମିଛ ବାହାନାକୁ ନାପସନ୍ଦ କରୁଛନ୍ତି ।
ପାଣ୍ଡିୟାନଙ୍କ କଥାକୁ ଶୁଣିବା ପରେ ସମାବେଶରେ ଯୋଗ ଦେଇଥିବା କିଛି ଲୋକ ସେମାନଙ୍କ ଭିତରେ କଥା ହେଉଥିଲେ ଯେ ପାଣ୍ଡିୟାନଙ୍କ ଉପରକୁ କୋଉ ବିରୋଧୀ ଲୋକ କାହିଁକି ଟମାଟୋ ପକାଇବ?