ନୂଆପଡ଼ା ଉପନିର୍ବାଚନର ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟରେ ଆଗୁଆ ….
ବିଜେପି ପ୍ରାର୍ଥୀ ଆଗୁଆ । ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଢୋଲକିଆଙ୍କୁ ମିଳିଛି ୪୯୦୪ ଭୋଟ । ଦ୍ବିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୧୩୫୭ ଭୋଟ । କଂଗ୍ରେସର ଘାସିରାମ ମାଝୀଙ୍କୁ ୧୩୦୮ ଭୋଟ ମିଳିଛି ।
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ଗଣତି ସରିଥିବା ବେଳେ ଜୟ ଢୋଲକିଆ ଆଗରେ ଥିବା ଜଣା ପଡ଼ିଛି।