ଲଖନଉ: ଭାଙ୍ଗିଲା ପରମ୍ପରା: ଇତିହାସ ରିଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ୪୦୩ ଆସନରୁ ବିଜେପି ୨୬୩ ସିଟରେ ଆଗୁଆ ରହିଛି । ସେପଟେ ସମାଜବାଦୀ ପାର୍ଟି ୧୩୧ ଆସନ, କଂଗ୍ରେସ ୨, ବଏସପି ୧ ଓ ଅନ୍ୟାନ୍ୟ ୨ଟି ସିଟରେ ଆଗୁଆ ଅଛି । ଦୀର୍ଘ ୩୬ ବର୍ଷ ପରେ ଉତ୍ତରପ୍ରଦେଶରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଉତ୍ତରପ୍ରଦେଶରେ ସମସ୍ତଙ୍କୁ ପଛରେ ପକାଇ ଆଗରେ ରହିଛି ବିଜେପି ।
ସେହିପରି ଉତ୍ତରପ୍ରଦେଶରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନରେ ଲଢୁଥିବା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଚଳିତ ବିଧାନସଭା ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିଛନ୍ତି । ସେ ସମାଜବାଦୀ ପାର୍ଟିର ସୁଭବତୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ହରାଇଛନ୍ତି । ତେଣୁ ବିଜେପି ସରକାର ଉତ୍ତରପ୍ରଦେଶରେ ସରକାର ଗଢିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଯୋଗୀ କହିଥିଲେ ଯେ ମୁଁ ୩୭ବର୍ଷର ଅଭିଶପ୍ତ ପରମ୍ପରା ଭାଙ୍ଗିବି ।
୩୭ବର୍ଷ ହେଲା କେହି ଲଗାତାର ଦ୍ୱିତୀୟ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ତେବେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ରାଜ୍ୟରେ ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ତୃତୀୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।