ହାର ମାନିଲେ ରାହୁଲ ଗାନ୍ଧୀ: ଟ୍ୱିଟ କରି ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ : ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । କଂଗ୍ରେସ କୌଣସି ଗୋଟିଏ ବି ରାଜ୍ୟରେ ସରକାର ଗଠନ କରିବାରେ ବିଫଳ ହୋଇଛି । ଅନ୍ୟପକ୍ଷରେ ୫ରାଜ୍ୟରେ ବିଧାନସଭା ନିର୍ବାଚନ କଂଗ୍ରେସର ନୈରାଶ୍ୟଜନକ ପରାଜୟ ନେଇ ରାହୁଲ ଗାନ୍ଧୀ ଟ୍ୱିଟ୍‌ କରି ଏକ ବୟାନ ଜାରି କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଜନମତକୁ ସ୍ୱୀକାର କରୁଛି ।

ସେହିପରି ସେ କହିଛନ୍ତି ଯେ, ଜନାଦେଶ ଜିତିଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି । ସେହିପରି ସେ କହିଛନ୍ତି ଯେ, ଏଥିରୁ କିଛି ଶିକ୍ଷା ଲାଭ କରି ଭାରତର ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସୂଚନାଯୋଗ୍ୟ ଯେ, କଂଗ୍ରେସ ୫ ରାଜ୍ୟରେ ଶୋଚନୀୟ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ପଞ୍ଜାବରେ ମଧ୍ୟ କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି ।