ଅପରାଧିଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି !

ଅପରାଧିଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏପରି କହିବାର କାରଣ, ମୋହନଙ୍କ କ୍ୟାବିନେଟରେ ସାଂଘାତିକ ଅପରାଧରେ ଜଡ଼ିତ ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ।

ଅପରାଧିଙ୍କ ଗହଣରେ ରହି ରହି ମୋହନଙ୍କ ମୁଣ୍ଡରେ ଚାକିରି ନିଲାମ କରିବାର ଅଭିଳାଷ ପଶିଯାଇଚି ।

ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ମୋହନ ଚରଣ ମାଝିଙ୍କୁ ବିଦା କରିବାର ସମୟ ଆସିଗଲାଣି, ଏମିତି ଏକ ମନ୍ତବ୍ୟ ଆଜି ରାମ ମନ୍ଦିର ନିକଟ ବିଜେପି ଶିବିରରେ ଆଲୋଚନା ଚାଲିଛି ।

ପୁଲିସ ଏସ୍ ଆଇ ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର କେଳେଙ୍କାରୀକୁ ପଦାରେ ପକାଇ ଭିକେ ପାଣ୍ଡିୟାନ ଏକାଧାରରେ ବିଜେପି ଓ ବିଜେଡିର ଚାକିରି ନିଲାମ ଯୋଜନାକୁ ଉଜାଗର କରିଛନ୍ତି ।

ସରକାରୀ ପଦବୀରେ ଥିଲା ବେଳେ ଖୋଦ ପାଣ୍ଡିୟାନ ଯୋଉ ଯୋଜନା ବଳରେ ବିଜେଡିକୁ ହଜାର ହଜାର କୋଟି ଟଙ୍କାର ଅଧିକାରୀ କରିଥିଲା, ସେହି ଯୋଜନାଟା ବିଜେପି ପାଇଁ ବରଦାନ ଭଳି କାମ କରୁ, ଏପରି ମହାନ ଚିନ୍ତାଧାରା ପାଣ୍ଡିୟାନଙ୍କର ଉଦୟ ହେଲାନି ।

ତେଣୁ ଆନ୍ଧ୍ର ପୁଲିସ ବଳରେ ଇଛାପୁରମ ନିକଟରୁ ଏସ୍ ଆଇ ପରୀକ୍ଷାର୍ଥୀଙ୍କୁ ଧରି ଯାଉଥିବା ତିନୋଟି ବସକୁ ଜବତ କରିନେଲେ ।

କଥାଟି ପ୍ରଘଟ ହୋଇଯିବାରୁ ବିଜେପି ସଭାପତି ମନମୋହନ ସାମଲ ଆତ୍ମରକ୍ଷାତ୍ମକ କୌଶଳ ଅବଲମ୍ବନ କରୁଛନ୍ତି ।

ଏସ୍ ଆଇ ଆଶାୟୀଙ୍କୁ ଆନ୍ଧ୍ର ପୁଲିସ ଧରିବା ପରେ ବ୍ରହ୍ମପୁର ପୁଲିସକୁ ହସ୍ତାନ୍ତର କରିଛି, କିନ୍ତୁ ମନମୋହନ ସତଟାକୁ ଲୁଚାଇବାକୁ ଅପଚେଷ୍ଟା କରୁଚନ୍ତି ।

ଏଡିଆର ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କ୍ୟାବିନେଟରେ ୯ ଜଣ ସାଂଘାତିକ ଅପରାଧି ସ୍ଥାନ ପାଇଛନ୍ତି ।

ଢିଙ୍କି ସ୍ୱର୍ଗକୁ ଗଲେ ଧାନ କୁଟିବା ଛଡ଼ା ଆଉ କ’ଣ କରିପାରିବ? ୧୪ ଜଣ ସନ୍ଦିଗ୍ଧ ଅପରାଧିଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ମୋହନ ଚରଣ ମାଝି ଅପରାଧିଙ୍କ ସର୍ଦ୍ଦାର ହୋଇଛନ୍ତି ।