କଂଗ୍ରେସକୁ କନ୍ଦାଉଛି ଆଇଟି ଭୂତ; ଅଡୁଆରେ କମଲନାଥ

ନୂଆଦିଲ୍ଲୀ: ଅଦାଲତରେ ଆୟକର ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା କଂଗ୍ରେସ ବିରୋଧୀ ତଥ୍ୟ ଓ ଦସ୍ତାବିଜ କବଳରୁ କୌଣସିମତେ ଖସିବା କଂଗ୍ରେସିଆଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । କୌଣସି ଅଦାଲତ କଂଗ୍ରେସ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବାର ବାଟ ପାଉନାହାନ୍ତି ।

୨୦୧୩ରୁ ୨୦୧୯ ଭିତରେ କଂଗ୍ରେସ ଅତିରିକ୍ତ ୬୨୬ କୋଟି ଟଙ୍କା ପାଇଥିବା ଆୟକର ବିଭାଗ ଜାଣିବାକୁ ପାଇଛି ।

ଶୁକ୍ରବାର ଦିନ କଂଗ୍ରେସ କହିଥିଲା ଯେ ତା’ ହାତରେ ଆୟକର ବିଭାଗର ୧୮୨୩ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌ ପଡ଼ିଛି । ମାତ୍ର ଶନିବାର ତାହା ୨୫୦୦ କୋଟିକୁ ଟପିଯାଇଛି । କଂଗ୍ରେସ ଆହୁରି ତିନୋଟି ଡିମାଣ୍ଡ ନୋଟିସ୍‌ ସଂପର୍କରେ ଗଣମାଧ୍ୟମକୁ ଜଣାଇ ନଥିଲା ।

କଥା କ’ଣ କି, ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଘନିଷ୍ଠ ସଂପର୍କୀୟ ମେଘା ଇଂଜିନିୟରିଂ କଂଗ୍ରେସ ପ୍ରତି ଅଯାଚିତ ଅନୁକମ୍ପା ଦେଖାଇଛି । ସେହି ଗୁମରଟି ଏବେ କଂଗ୍ରେସ ଓ କମଲନାଥଙ୍କୁ ଅଡୁଆରେ ପକାଇଛି ।