ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କଲା କଂଗ୍ରେସ ମେଂଟ

ଉପ-ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ମେଂଟ ପକ୍ଷରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି । ବିଜେପି ନେତୃତ୍ୱାଧୀନ ମେଂଟ ପକ୍ଷରୁ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ପକ୍ଷରୁ ମଇଦାନକୁ ଓହ୍ଲାଇବେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡି ।
ସୁପ୍ରିମକୋର୍ଟରେ ବିଚାରପତି ଦାୟିତ୍ୱ ତୁଲାଇବା ପୂର୍ବରୁ ଜଷ୍ଟିସ୍ ସୁଦର୍ଶନ ରେଡ୍ଡି ଗୌହାଟୀ ହାଇକୋର୍ଟ ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ବିଚାରପତି ଥିଲେ । ୨୦୧୧ ମସିହାରେ ଜଷ୍ଟିସ୍ ସୁଦର୍ଶନ ରେଡ୍ଡି ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ ।
ଜଷ୍ଟିସ୍ ରେଡ୍ଡିଙ୍କୁ ମଇଦାନକୁ ଛାଡ଼ି କଂଗ୍ରେସ ମେଂଟ ଭାରି ଖୁସି । ଉପ-ରାଷ୍ଟ୍ରପତି ନିର୍ବାଚନରୁ ଉଭୟ ଗୋଠର ବଳ ପ୍ରମାଣିତ ହୋଇଯିବ ।

ବିଦେଶ: ଜାଣନ୍ତୁ, ଏହି ଭାରତୀୟ କମ୍ପାନୀ ତିଆରି ବାସନ କୁସନକୁ ବାରଣ କଲା ଆମେରିକା
ଜାଣନ୍ତି, ରୋଷେଇ କାମରେ ବ୍ୟବହାର କରାଯାଉଥିବା ବାସନ କୁସନ ଆପଣଙ୍କୁ ମରଣ ମୁହଁକୁ ଠେଲି ଦେବାର ଦକ୍ଷତା ରଖିଛନ୍ତି । ଆପଣଙ୍କୁ ଷ୍ଟେନ୍‌ଲେସ ଷ୍ଟିଲ୍ ଅବା ଶୁଦ୍ଧ ଆଲୁମିନିୟମ ଦର୍ଶାଇ ଦୋକାନୀ ବିକୁଥିବା ବାସନ କୁସନ ନକଲି ଧାତୁରେ ତିଆରି ହୋଇ ନଥିବ କାହିଁକି?
ଭାରତୀୟ କମ୍ପାନୀ ସରସ୍ୱତୀ ଷ୍ଟ୍ରିପ୍‌ସ ପ୍ରାଇଭେଟ୍ ଲିମିଟେଡ୍ ତିଆରି କରୁଥିବା ବାସନ କୁସନକୁ ବାରଣ କରିଛି ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ । ସରସ୍ୱତୀ ଷ୍ଟ୍ରିପ୍‌ସ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବଜାରରେ ଟାଇଗର୍ ହ୍ୱାଇଟ୍ ବ୍ରାଣ୍ଡ୍ ନାମରେ ବିକା ଯାଉଛି ।
ଖାଂଟି ଆଲୁମିନିୟମକୁ କଂଚାମାଲ ରୂପେ ବ୍ୟବହାର କରି କମ୍ପାନୀ ପକ୍ଷରୁ ବାସନ କୁସନ ତିଆରି କରାଯାଉଛି ବୋଲି ଯାହା କମ୍ପାନୀ ଦାବି କରୁଛି, ଅସଲରେ ସେଗୁଡ଼ିକ ମାମୁଲି ଆଲୁମିନିୟମ, ବ୍ରାସ ଓ ଆଲୁମିନିୟମ ଏଲଏଜ୍‌ରେ ତିଆରି ବୋଲି ଆମେରିକା ଦାବି କରିଛି ।
ଆମେରିକା ପ୍ରଶାସନ ଦୃଢ଼ତାର ସହିତ କହିଛି, ସରସ୍ୱତୀ କମ୍ପାନୀ ପକ୍ଷରୁ ତିଆରି ବାସନ କୁସନଗୁଡ଼ିକ ହିଣ୍ଡାଲିୟମ ବା ହିଣ୍ଡୋଲିୟମ ଭଳି ଧାତୁରୁ ତିଆରି କରାଯାଇଛି । ସଂପୃକ୍ତ ବାସନ କୁସନକୁ ଗରମ କଲେ, ସେଥିରୁ ସୀସା ଭଳି ବିଷାକ୍ତ ରସାୟନ ନିର୍ଗତ ହୋଇ ବ୍ୟଞ୍ଜନରେ ମିଶିଯାଏ ଯାହା ଲୋକଙ୍କ ପାଇଁ ଲଘୁ ବିଷ ଭଳି କାମ କରିଥାଏ । ଆମେରିକା ବଜାରରେ ଯେପରି ଟାଇଗର ବ୍ରାଣ୍ଡର ବାସନ କୁସନ ଦେଖିବାକୁ ନମିଳେ, ସେଥିପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ସବୁ ଦୋକାନୀଙ୍କୁ କଡ଼ା ତାଗିଦ କରାଯାଇଛି ।